ଅନେକ ଆଶା ଓ ଆକାଂକ୍ଷା ର ଢେଉ
ଜୀବନର ଶେଷରେ ସବୁ ମରିଯାଏ
ଉଦରରେ କ୍ଷୁଧାର ତାଡ଼ନାର
ଅସରନ୍ତି ଯାତନା,
ଯେଉଁଠି ନିଜେ ବଞ୍ଚି ମମତାକୁ
ବଞ୍ଚାଇବାକୁ ହୁଏ,,
ବନ୍ଧନ ଏକ ଅନାବିଳ ସ୍ନେହର।
ନାହିଁ,
ନାହିଁ ଏଠି କେହି ମାଆ ବାପା ଭାଇ
କିମ୍ବା ଆତ୍ମୀୟ ସୋଦର
ଚାରିଆଡ଼େ ବିଭିସୀକା ମୟ
ଯୁଦ୍ଧର ଡାକରା,।
ଅପେକ୍ଷା,
ଅପେକ୍ଷାର ଅନ୍ତ ନାହିଁ
ସଂଗ୍ରାମ,
ଜୀବନ ଯୁଦ୍ଧର ଲଢ଼େଇ
ଖାଦ୍ୟ ପାଇଁ,
ପଥର ଗଦାରେ ରକ୍ତକୁ ନିଗିଡ଼ାଇ
ଲୁଣି ପାଣିରେ ପରିଣତ କରିବା,
ବାବୁ ଭାୟାଙ୍କ କଟକଣା ଭିତରେ
ଜୀବନ ଜିଇଁବା।
ଶୈଶବର କଢ଼ିଟିଏ ମାତ୍ର
ତଥାପି,
ତଥାପି ଜୀବନ ଜିଇଁବାର
ଅନେକ ଆଶା ଓ ଆକାଂକ୍ଷା।।
ଦିଲ୍ଲୀପ କୁମାର ନନ୍ଦୀ
:ଧର୍ମଶାଳା, ଯାଜପୁର
ଦୂରଭାଷ:--୯୭୭୮୩୯୩୨୨୫


0 Comments